ନୂଆଦିଲ୍ଲୀ,୧୮।୬: ପୂର୍ବ ଲଦାଖ ସୀମା ଗଲଓ୍ବାନ୍ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ଭାରତୀର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାପରଠାରୁ ସୋସିଆଲ ମିଡିଆରେ ଉଭୟ ଦେଶ ମଧ୍ୟରେ ଏକରକମ ଯୁଦ୍ଧ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ଭାରତର ଭଗବାନ ରାମଚନ୍ଦ୍ର ଚାଇନାର ଡ୍ରାଗନ୍କୁ ମାରିବା ପାଇଁ ଧନୁ ଉଠାଇଥିବାର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ‘ଉଇ କନ୍କର, ଉଇ କିଲ’ ଅର୍ଥାତ୍ ଆମେ ପରାସ୍ତ କରୁ, ଆମେ ମାରୁ।
ତେବେ ପ୍ରଥମେ ତାଇଓ୍ବାନ୍ ନ୍ୟୁଜ୍ ପକ୍ଷରୁ ଏକ ଆର୍ଟିକଲ୍ ପ୍ରକାଶ ପାଇଥିଲା, ଯେଉଁଥିରେ ଏହି ଫଟୋକୁ ଲଗାଯାଇଥିଲା। ହଂକଂର ଏକ ସୋସିଆଲ ମିଡିଆ ସାଇଟ୍ ହୋସାଇଲେଇ ପକ୍ଷରୁ ପ୍ରଥମେ ଏହି ଫଟୋକୁ ଟୁଇଟ୍ କରାଯାଇଥିଲା। ଏହାପରେ ଫଟୋଟି ଭାଇରାଲ ହୋଇଛି। କିଛି ଲୋକ ତାଇଓ୍ବାନ୍ ଖବରକୁ ଧନ୍ୟବାଦ ଦେୁଥିବା ଦେଖାଯାଉଛି।