Categories: ଜାତୀୟ

ଚାଇନା ତିଆରି ତ୍ରିରଙ୍ଗା ଆମଦାନୀ କରିବ ନାହିଁ ଭାରତ: ଫ୍ଲାଗ୍‌ କୋଡ୍‌ ଅବମାନନା ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: ଏଣିକି ଚାଇନାରେ ତିଆରି ଭାରତୀୟ ତ୍ରିରଙ୍ଗା ଆମଦାନୀ ହେବନାହିଁ। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି ହୋଇଛି। ଭାରତୀୟ ଜାତୀୟ ପତାକାର ଫ୍ଲାଗ୍‌ କୋଡ୍‌କୁ ଅବମାନନା କରାଯାଉଥିବା ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ଲାଷ୍ଟିକ୍‌ରେ ନିର୍ମିତ ପତାକା ବଦଳରେ ଖଦି ନିର୍ମିତ ପତାକା ବିକ୍ରି ପାଇଁ ଜୋର୍‌ ଦିଆଯାଉଛି। ଖଦିରେ ଜାତୀୟ ପତାକା ନିର୍ମିତ ହେଲେ ଖଦି ଓ ଗ୍ରାମୋଦ୍ୟୋଗ ସହିତ ଜଡ଼ିତ କାରିଗରଙ୍କ ବିକାଶ ସମ୍ଭବ ହୋଇପାରିବ। ଖଦି ଓ ଗ୍ରାମୋଦ୍ୟୋଗ କମିଶନଙ୍କ ଦ୍ୱାରା ସ୍ବୀକୃତ କପଡ଼ାକୁ ଜାତୀୟ ପତାକା ନିର୍ମାଣରେ ବ୍ୟବହୃତ ହେବ ବୋଲି ସରକାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚାଇନା ପ୍ଲାଷ୍ଟିକ୍‌ରେ ନିର୍ମିତ ତ୍ରିରଙ୍ଗା ଭାରତକୁ ରପ୍ତାନୀ କରିଥାଏ। ଏହାଦ୍ୱାରା ଭାରତର ଘରୋଇ କାରିଗରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ।

Share