ଚାଇନା ପଠାଇଲା ସାଢ଼େ ୬ ଲକ୍ଷ ଟେଷ୍ଟ୍‌ କିଟ୍‌: ୧୫ ମିନିଟ୍‌ରେ ସଂକ୍ରମିତ ହେବେ ଚିହ୍ନଟ !

ନୂଆଦିଲ୍ଲୀ,୧୬।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏବେ କରାଯାଉଥିବା ପରୀକ୍ଷାରେ ହାରାହାରି ୫ ଘଣ୍ଟା ଲାଗୁଛି। ତେବେ ଶୀଘ୍ର ଚିହ୍ନଟ କରିବା ଲାଗି ଚାଇନା ଭାରତକୁ ସାଢ଼େ ୬ ଲକ୍ଷ ଟେଷ୍ଟ୍‌ କିଟ୍‌ ପଠାଇଛି। ଏଥିରେ ସାଢ଼େ ୫ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌ ମଧ୍ୟ ରହିଛି। ହଟ୍‌ସ୍ପଟ୍‌ ଅଞ୍ଚଳରେ ମାତ୍ର ୧୫ ମିନିଟ୍‌ରେ ସଂକ୍ରମିତଙ୍କୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌ ଦ୍ୱାରା ଚିହ୍ନଟ କରାଯାଇ ପାରିବ। ସଂକ୍ରମିତଙ୍କ ରକ୍ତ ନମୁନା ଦ୍ୱାରା ଏହି ପରୀକ୍ଷା ସମ୍ପନ୍ନ ହେବ। ଚାଇନାରୁ ଏସବୁ ଟେଷ୍ଟ୍‌ କିଟ୍‌ ଧରି ଏକ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କୁହାଯାଉଛି।

Share