ଇସ୍ଲାମାବାଦ,୨୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ନୂଆଦିଲ୍ଲୀ ଓ ଇସ୍ଲାବାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ମଙ୍ଗଳବାର ଏନେଇ ପାକିସ୍ତାନ ଓ ଚାଇନା ସେନା ମଧ୍ୟରେ ମନ୍ତ୍ରଣା ହୋଇଛି। ଚାଇନା ସେନାର ସେଣ୍ଟ୍ରାଲ୍ ମିଲିଟାରି କମିଶନ ଉପାଧ୍ୟକ୍ଷ ଜୁ କିଲିଆଙ୍ଗ୍ ରାଓ୍ବଲପିଣ୍ଡିସ୍ଥିତ ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଯାଇ ସ୍ଥଳସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍ଓ୍ବାଙ୍କୁ ଭେଟି କଶ୍ମୀର ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ କେତେକ ଚୁକ୍ତି ସ୍ବାକ୍ଷରିତ ହୋଇଛି।