Categories: ଖେଳ

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ବିଜୟ ସହ ପ୍ରମୋଦଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୟୁହାଙ୍ଗ ହାଙ୍ଗଝୋଉଠାରେ ମଙ୍ଗଳବାର ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୩୯ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଭାରତରୁ ମୋଟ ୧୭ ଖେଳାଳି ଏଥିପାଇଁ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଏହି ପ୍ରତିଯୋଗିତାରେ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସରେ ସେ ଚାଇନାର ଫାକ୍ସିନ ଉ’ଙ୍କୁ ୨୧-୧୩, ୨୧-୧୬ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ଡବଲ୍ସ ପ୍ରଥମ ରାଉଣ୍ଡରେ ସେ ମନୋଜ ସରକାରଙ୍କ ସହ ଇଣ୍ଡୋନେସିଆ ଯୋଡ଼ି ଆରି ଅଙ୍ଗାରା ଓ ଉକୁନ ରୁକେଣ୍ଡିଙ୍କୁ ୨୧-୧୧, ୨୨-୧୮ ପଏଣ୍ଟରେ ହରାଇ ଦେଇଛନ୍ତି।

Share