Categories: ଖେଳ

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି)-
ଚାଇନାର ୟୁହାଙ୍ଗ ହାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚର ସ୍ଥିତି ୨୩-୨୫, ୨୧-୧୬ ଥିବାବେଳେ ପ୍ରମୋଦଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତର ନୀତେଶ କୁମାର ରିଟାୟର୍ଡ ହୋଇ ଯାଇଥିଲେ। ଫଳରେ ପ୍ରମୋଦଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ସେହିପରି ପ୍ରମୋଦ ଓ ଅନ୍ୟତମ ଭାରତୀୟ ଖେଳାଳି ମନୋଜ ସରକାରଙ୍କ ଯୋଡ଼ି ଡବଲ୍ସ କ୍ୱାର୍ଟର ଫାଇନାଲରେ ବାଇ ପାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲ ଶନିବାର ଅନୁଷ୍ଠିତ ହେବ।

Share