Categories: ଜାତୀୟ

ଚାଇନା ପ୍ରକଳ୍ପକୁ ନେଇ ପାକିସ୍ତାନକୁ ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ,୨୩ା୧୧: ଚାଇନା ଭିତ୍ତିଭୂମି ପ୍ରକଳ୍ପ ସହ ପାକିସ୍ତାନ ଯଦି ଦୀର୍ଘଦିନ ଜଡିତ ରହେ ତେବେ ଏହା ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ଚେତାଇ ଦେଇଛି। ଏହା ବଦଳରେ ଆମେରିକା ସହ ବ୍ୟବସାୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଇସ୍‌ଲାମାବାଦକୁ ପରାମର୍ଶ ଦେଇଛି। ୬୦ ବିଲିୟନ ଡଲାରରେ ନିର୍ମାଣାଧୀନ ଚାଇନା-ପାକିସ୍ତାନ ଇକୋନୋମିକ କରିଡର (ସିପିଇସି) କେବଳ ବେଜିଂକୁ ଲାଭବାନ କରିବ ବୋଲି ଆମେରିକାର ସହକାରୀ ପରରାଷ୍ଟ୍ର ସଚିବ ଆଲିସ୍‌ ଓ୍ବେଲ୍ସ କହିଛନ୍ତି। ଚାଇନା ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଋଣ ଜାଲରେ ଫସାଉଥିବା ଆମେରିକା ସମେତ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଗୁଡିକ ସମାଲୋଚନା କରିଛନ୍ତି। ନୂଆ ବ୍ୟବସାୟ ସୁଯୋଗ ଦେବା ନାଁରେ ଆମେରିକା ପାକିସ୍ତାନକୁ ପୁଣିଥରେ ନିଜ ହାତମୁଠାକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share