ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୯ ମୃତ

ବେଜିଂ,୧ା୧୦(ପି.ଟି.)-ଚାଇନାର ଏକ କାରଖାନାରେ ନିଆଁଲାଗି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ନିଙ୍ଘାଇ କାଉଣ୍ଟିରେ ଥିତ୍ବା ରୁଇକି ଡେଲି ନେସେସିଟିଜ୍‌ କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ରବିବାର ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ତଦନ୍ତ ଜାରି ରହିଛି। ଗତ ୬ ମାସ ମଧ୍ୟରେ ଚାଇନାରେ ଏହା ପଞ୍ଚମ ଶିଳ୍ପାଞ୍ଚଳ ଅଗ୍ନି ଦୁର୍ଘଟଣା। ଗତ ଏପ୍ରିଲରେ ଏକ ଔଷଧ କମ୍ପାନୀରେ ନିଆଁଲାଗି ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। ମାର୍ଚ୍ଚରେ ଏକ ସ୍କାର୍ପ ମେଟାଲ ପ୍ଲାଣ୍ଟରେ ବିସ୍ଫୋରଣ ହେବାରୁ ୭ ଜଣ ପ୍ରାଣ ହରାଇଥିଲେ। ସେହି ମାସରେ ଶାନ୍‌ଡୋଙ୍ଗ ପ୍ରଦେଶର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୟାନଚେଙ୍ଗ୍‌ ସହରରେ ଏକ କୀଟନାଶକ ଉତ୍ପାଦନ କାରଖାନାରେ ବିସ୍ଫୋରଣ ହେବାରୁ ୭୮ ଜଣ ପ୍ରାଣ ହରାଇବା ସହ ୬୦୦ ଆହତ ହୋଇଥିଲେ।

Share