Categories: ଜାତୀୟ

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ, ୪।୯: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ସେପ୍ଟେମ୍ବର ୯ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଗସ୍ତକୁ ସ୍ଥଗିତ କରିବାକୁୁ ପରାମର୍ଶ ଦେଇଛି ଭାରତ। ଏହି ଗସ୍ତ କାଳରେ ଓ୍ବାଙ୍ଗ୍‌ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। ଗସ୍ତ ତାରିଖ ଘୁଞ୍ଚାଇବାକୁ ଭାରତ ଚାଇନା ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ସୂଚନାଯୋଗ୍ୟ,ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଚାଇନା ଗସ୍ତରେ ଯାଇଥିଲେ। ସେତେବେଳେ ଓ୍ବାଙ୍ଗ୍‌ ଭାରତ ଆସିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

Share