Categories: ବାଣିଜ୍ୟ

ଚାଇନା ବ୍ୟାଙ୍କ ଋଣ ପଇଠ ଲାଗି ଅନିଲ ଅମ୍ବାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ଚାଇନା ବ୍ୟାଙ୍କଗୁଡ଼ିକୁ ୭୧୭ ନିୟୁତ ଡଲାର ୨୧ ଦିନ ମଧ୍ୟରେ ପଇଠ କରିବା ପାଇଁ ୟୁକେର କୋର୍ଟ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅନିଲଙ୍କଠାରୁ ଏହି ଋଣ ଅସୁଲ କରିବା ଲାଗି ଚାଇନା ବ୍ୟାଙ୍କଗୁଡିକ ପ୍ରୟାସ ଜାରି ରଖିଛନ୍ତି। ଇଂଲଣ୍ଡ ହାଇକୋର୍ଟର କମର୍ସିଆଲ ଡିଭିଜନ ଜଷ୍ଟିସ ନିଗେଲ ଟେୟାର ଏହି ମାମଲାର ଶୁଣାଣି କରୁଛନ୍ତି। ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା ଲିମିଟେଡ୍‌ର ମୁମ୍ବାଇ ଶାଖା, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ, ଏକ୍‌ଜିମ ବ୍ୟାଙ୍କ ଅଫ୍‌ ଚାଇନା ଅନିଲଙ୍କ ବିରୋଧରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।

Share