Categories: ଜାତୀୟ

ଚାଇନା ଭାଷା କହୁଛନ୍ତି ମୋଦି: କପିଲ ସିବଲ

ନୂଆଦିଲ୍ଲୀ,୨୧।୬: ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ। ଭାରତଠାରୁ କେହି ଇଞ୍ଚେ ବି ଜମି ନେଇପାରିQବନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ କହିଥିଲେ ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ। ସେ କହିଛନ୍ତି, ମୋଦି ଚାଇନା ଭାଷା କହୁଛନ୍ତି। ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ ଏକଥା ଚାଇନା ବି କହୁଛି। ଆମେ ଭାରତ ସୀମାରେ କୌଣସି ଉଲଂଘନ କରିନାହୁଁ। ତେବେ ଭାରତର ୨୦ ଜଣ ଯବାନ ଶହୀଦ ହେଲେ କେମିତି ବୋଲି ସିବଲ ପ୍ରଶ୍ନ କରିଛନ୍ତି।

Share