ଚାଇନା ମାଟି କାରଖାନାରେ ବିସ୍ଫୋରଣ: ୨୩ ଶ୍ରମିକ ମୃତ; ୧୩୦ରୁ ଅଧିକ ଆହତ

ଖାର୍ତୁମ୍‌,୪।୧୨: ସୁଦାନରେ ଏକ ଚାଇନା ମାଟି କାରଖାନାରେ ବିସ୍ଫୋରଣ ଘଟି ୨୩ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଖାର୍ତୁମ ନିକଟରେ ଥିବା କାରଖାନାରେ ଏଭଳି ଘଟିଛି। ଏଥିରେ ୧୩୦ରୁ ଅଧିକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରେ ଥିବା ଗ୍ୟାସ୍‌ ଟ୍ୟାଙ୍କର ଫାଟି ଯିବାରୁ ଏଭଳି ହୋଇଥିବା କୁହାଯାଉଛି। ମୃତକ ଏବଂ ଆହତଙ୍କ ମଧ୍ୟରେ କିଛି ଭାରତୀୟ ଶ୍ରମିକ ରହିଛନ୍ତି। ଏହି କାରଖାନାରେ ୫୦ରୁ ଅଧିକ ଭାରତୀୟ ଶ୍ରମିକ କାମ କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପୋଲିସ କହିଛି।

Share