Categories: ଜାତୀୟ

ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବାକୁ ସରିଲାଣି ସମସ୍ତ ପ୍ରସ୍ତୁତି

ଚେନ୍ନାଇ,୧୦।୧୦: ଅକ୍ଟୋବର ୧୧-୧୨ରେ ଚାଇନା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ତାମିଲନାଡୁ ଆସିବେ ବୋଲି ଜଣାପଡିଛି। ଚେନ୍ନାଇଠାରେ ଏହି ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଭିନ୍ନ ପ୍ରକାର ଫୁଲରେ ବିମାନ ବନ୍ଦରକୁ ସଜାଇ ଦିଆଯାଇଛି। ଅନ୍ୟପଟେ ଜିନପିଙ୍ଗଙ୍କୁ ସ୍ବାଗତ କରିବାକୁ ଚେନ୍ନାଇ ସ୍କୁଲର ପ୍ରାୟ ୨ହଜାର ଶିକ୍ଷାର୍ଥୀ ତାଙ୍କର ମାସ୍କ ତିଆରି କରି ପିନ୍ଧିବାର ଦେଖାଯାଇଛି। ସୂଚନାଯୋଗ୍ୟ, ଏହି ସମୟରେ ଭାରତ-ଚାଇନା ମଧ୍ୟରେ ମିଳିତ ଉନ୍ନତି କରଣ କାର୍ଯ୍ୟ ଉପରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି।

Share