ଚାଇନା ରାଷ୍ଟ୍ରପତିଙ୍କ ଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ

ବେଜିଂ,୯।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ସେ ଚାଇନା ରାଷ୍ଟ୍ରପତିଙ୍କ କାମକୁ ଅନୁସରଣ କରିବାକୁ ଚାହୁଁଛନ୍ତି। କାରଣ ଚାଇନା ଯେମିତି ଭ୍ରଷ୍ଟାଚାର ମାମଲାରେ ପ୍ରାୟ ୫ ଶହ ବ୍ୟକ୍ତିଙ୍କୁ ଜେଲ ପଠାଇଛି ସେହିଭଳି ଭ୍ରଷ୍ଟାଚାରୀଙ୍କୁ ସେ ଜେଲଦଣ୍ଡ ଦେବାକୁ ଚାହୁଛନ୍ତି। ବେଜିଂଠାରେ ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ପ୍ରୋତ୍ସାହନ ଦେବାଲାଗି ଚାଇନା ପରିଷଦକୁ ସମ୍ବୋଧନ ଦେବା ଅବସରରେ ଏମିତି କହିଛନ୍ତି ଇମ୍ରାନ। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ମୂଳ ଲକ୍ଷ୍ୟ ହେଲା ଭଷ୍ଟ୍ରାଚାର ବିରୋଧରେ କାର୍ଯ୍ୟ କରିବା। ଇମ୍ରାନ ମଧ୍ୟ ଏମିତି କରିବାକୁ ଇଚ୍ଛା ପ୍ରବାଶ କରିଛନ୍ତି। କାରଣ ଗତ ୫ବର୍ଷ ମଧ୍ୟରେ ଚାଇନା ରାଷ୍ଟ୍ରପତି ୪ଶହ ମନ୍ତ୍ରୀସ୍ତରର ବ୍ୟକ୍ତିଙ୍କୁ ମଧ୍ୟ ଜେଲ ପଠାଇଛନ୍ତି। ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନରେ ନିବେଶ କରିବା ସବୁଠାରୁ ବଡ ଜଟିଳ କାମ। କାରଣ ପାକିସ୍ତାନରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଭ୍ରଷ୍ଟାଚାର।

Share