ଚାଇନା ସରକାର ନା ପ୍ରମାଣିକ ତଥ୍ୟ କିଏ ସତ: କରୋନା ମୃତ୍ୟୁ ସଂଖ୍ୟା କ’ଣ କୋଟିଏ ୫୦ ଲକ୍ଷ !

ବେଜିଂ,୨୩।୩:

ଚାଇନାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୩,୨୬୮ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ତେବେ କେତେକ ପ୍ରାମାଣିକ ତଥ୍ୟ ଅନୁସାରେ ଚାଇନା ସରକାର ମିଛ କହୁଥିବା ଅନୁମାନ କରାଯାଉଛି । ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହେଉଛି। ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଇତିମଧ୍ୟରେ କୋଟିଏ ୫୦ଲକ୍ଷ ମୋବାଇଲ୍‌ ୟୁଜର ହଠାତ୍‌ ନୀରବ ହୋଇଯାଇଛନ୍ତି। ସେମାନେ ନିୟମିତଭାବେ ନେଟ୍‌ଓ୍ବାର୍କ ସହିତ ଜଡ଼ିତ ରହିଥିଲେ। କାହିଁକି ସେମାନେ ମୋବାଇଲ ବ୍ୟବହାର ବନ୍ଦ କରିଛନ୍ତି ଏନେଇ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କ ପାଖକୁ କଲ୍‌ କରାଯିବା ପରେ ମଧ୍ୟ କୌଣସି ଊତ୍ତର ନ ମିଳିବା ଅବା ମୋବାଇଲ ନ ଉଠାଯିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ଏସବୁ ୟୁଜରମାନଙ୍କର ମୃତ୍ୟୁ ଘଟିଥିବା ଟେଲିକମ୍‌ ଅପରେଟରମାନେ ଅନୁମାନ କରୁଛନ୍ତି। ସେହିପରି ରାତିରେ ଉହାନର ବହୁ ଘରେ ଆଲୋକ ନ ଜଳିବା ଘଟଣା ସ୍ଥିତିକୁ ଅଧିକ ରହସ୍ୟମୟ କରି ଗଢ଼ି ତୋଳୁଛି। ଏସବୁ ଘଟଣାରୁ ଅନୁମାନ କରାଯାଉଛି ଯେ, ଚାଇନା ସରକାର ମୃତକଙ୍କୁ ନେଇ ଦେଇଥିବା ରିପୋର୍ଟ ସତ ନୁହେଁ। ତେବେ ଏନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ସତ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଜାରି ରହିଛି।

Share