ଚାଇନା ସରକାର ନିଜ ଇଛା ଅନୁସାରେ ଲେଖିବେ କୋରାନ୍‌ ଓ ବାଇବେଲ୍‌

ବେଜିଂ,୨୯।୧୨: ଚାଇନାରେ ଉଇଗର ମୁସଲମାନ୍‌ ସମ୍ପ୍ରଦାୟ ଉପରେ ନାନା ପ୍ରକାର ନିର୍ଯାତନା ଜାରି ରହିଛି। ଏବେ ଚାଇନା ସରକାର ନିଜ ଇଛା ଅନୁସାରେ ଧର୍ମଗ୍ରନ୍ଥ କୋରାନ୍‌ ଏବଂ ବାଇବେଲ୍‌କୁ ଲେଖିବା ପାଇଁ ଯୋଜନା କରିଛନ୍ତି। ଚାଇନାର ସମାଜବାଦୀ ମୂଲ୍ୟବୋଧ ଆଧାରରେ ଏସବୁ ଧର୍ମଗ୍ରନ୍ଥକୁ ପୁଣିଥିରେ ଲେଖାଯିବ ବୋଲି ସରକାର କହିଛନ୍ତି। କୋରାନ୍‌ ଏବଂ ବାଇବେଲ୍‌ର ଯେଉଁ ଲେଖା ପସନ୍ଦ ନ ହେବ ତାହାର ସଂଶୋଧନ କରାଯିବ। ସମାଜବାଦୀ ମୂଲ୍ୟବୋଧକୁ ବିରୋଧ କଲା ଭଳି ମନେ ହେଉଥିବା ସମସ୍ତ ଲେଖାକୁ ହଟାଇ ଦିଆଯାଇ ପୁଣିଥିରେ ବାଖ୍ୟା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share