Categories: ଜାତୀୟ

ଚାଇନା ସହ ଉତ୍ତେଜନା ମଧ୍ୟରେ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ: ପରିସ୍ଥିତିର କରିବେ ଅନୁଧ୍ୟାନ

ଲେହ,୨୩।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ସେନା ମୁଖ୍ୟ ଏମ୍‌.ଏମ୍‌ ନରଓ୍ବଣେ ୨ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ ଆହତ ଯବାନଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେ ଯବାନଙ୍କୁ ଭେଟି ତାଙ୍କର ମନୋବଳ ବଢ଼ାଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ସେ ଲଦାଖର ପରିସ୍ଥିତି ଉପରେ ସମୀକ୍ଷା କରିବେ। ଏହାସହ ସେଠାରେ ମୁତୟନ ଥିବା କମାଣ୍ଡରଙ୍କ ସହ ଆଲୋଚନା କରି ନରଓ୍ବଣେ କେତେକ ଅଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ରହିଛି। ସୂଚନା ମୁତାବକ ଗତ ମାସରୁ ଲଦାଖରେ ଉତ୍ତେଜନା ପ୍ରକାଶ ପାଇଛି। କିନ୍ତୁ ଗତ ସପ୍ତାହରେ ଭାରତ ଓ ଚାଇନା ମଧ୍ୟରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ସେନା ମୁଖ୍ୟଙ୍କ ଲଦାଖ ଗସ୍ତ ସେଠାକାର ସୈନ୍ୟଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରିବ ବୋଲି ଚର୍ଚ୍ଚା ହେଉଛି।

Share