Categories: ବାଣିଜ୍ୟ

ଚାଇନା ସାମଗ୍ରୀ ବୟକଟ ପାଇଁ କ୍ୟାମ୍ପେନ ଆରମ୍ଭ କଲା ସିଏଆଇଟି

ନୂଆଦିଲ୍ଲୀ,୨୦।୬: ଚାଇନା ସାମଗ୍ରୀ ବୟକଟ ନେଇ ଲୋକଙ୍କ ମତାମତ ଜାଣିବା ଲାଗି ଅନ୍‌ଲାଇନରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଥିବା ବେଳେ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଏହି ଅନ୍‌ଲାଇନ ସର୍ଭେରେ ସାମିଲ କରାଯାଇଛି। ଚାଇନା ସାମଗ୍ରୀକୁ ଭାରତରୁ କିଭଳି ହଟାଯାଇପାରିବ ଲୋକଙ୍କଠାରୁ ବ୍ୟକ୍ତଗତ ଭାବେ ମତାମତ ଲୋଡ଼ାଯାଉଛି। ସୂଚନାଯୋଗ୍ୟ,ଚାଇନା ସାମଗ୍ରୀ ହଟାଇବା ଲାଗି ୧୦ ଜୁନ୍‌ଠାରୁ ସିଏଆଇଟି ଏକ ଅଭିଯାନ ଆରମ୍ଭ କରିଛି। ସଂଘର ଅଧ୍ୟକ୍ଷ ବି.ସି. ଭାରତିଆ ଏବଂ ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶର ସେନା ଏବଂ ସରକାରଙ୍କ ସହ ଲୋକମାନେ ଅଛନ୍ତି। ଚାଇନାକୁ ଉଚିତ ଜବାବ ଦେବାକୁ ସମୟ ଆସିଛି। ଅନ୍‌ଲାଇନ ସର୍ଭେରେ ୯ଟି ପ୍ରଶ୍ନ ସାମିଲ କରାଯାଇଛି। ୨୬ ଜୁନ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ ବୋଲି ଜଣାପଡିଛି।

Share