Categories: ଜାତୀୟ

ଚାଇନା ସୀମାରେ ପରାକ୍ରମ ଦେଖାଇଲା ଭାରତୀୟ ସେନା

ଲଦାଖ,୧୮।୯: ଭାରତୀୟ ସେନା ମଙ୍ଗଳବାର ଚାଇନା ସୀମା ଅର୍ଥାତ୍‌ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ ଭାରତୀୟ ସେନା ସମେତ ବହୁ ଯବାନ ସାମିଲ ହୋଇଥିଲେ। ଏଥିସହ ନର୍ଦନ କମାଣ୍ଡୋ ଲେଫଟନାଣ୍ଟ ଜେନେରାଲ ରଣବୀର ସିଂହ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଯୋଗଦେଇଥିଲେ। ଏଥିରେ ଭାରତୀୟ ଯବାନମାନେ ଆଧୁନିକ ଶୈଳୀ ଓ ଉପକରଣ ବ୍ୟବାହାର କରିଥିବା ଜଣାପଡ଼ିଛି। ତେବେ ଯୁଦ୍ଧାଭ୍ୟାସର ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରାଯାଇଛି। ଲଦାଖର ଏହି ଅଞ୍ଚଳ ଚାଇନା ସହ ଲାଗିଥିବାରୁ ଭାରତୀୟ ସେନାଙ୍କ ଏହି ଅଭ୍ୟାସ ପ୍ରଥମ ହୋଇଥିବା ବେଳେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। କାରଣ ଏହି ରାସ୍ତା ଦେଇ ଚାଇନା ସେନା ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ବହୁଥର ଦୁଇ ସେନାର ଯବାନମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହାରି ଭିତରେ ଏହି ଅଞ୍ଚଳରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ ଚାଇନାକୁ ଏକ ବାର୍ତ୍ତା ଦେଉଛି।

Share