Categories: ଜାତୀୟ

ଚାଇନା ସୀମା ଉପରେ ଅଧିକ ନଜର ଆବଶ୍ୟକ: ନୂଆ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨ା୧: ଚାଇନା ସୀମା ଉପରେ ଅଧିକ ନଜର ରଖାଯିବା ଜରୁରୀ ବୋଲି ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ସବୁ ସମୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ସେନାର ପ୍ରାଥମିକତା ହେବ। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା ଉପରେ ସେନା ସ୍ବତନ୍ତ୍ର ଧ୍ୟାନ ଦେବ ବୋଲି ନୂଆଦିଲ୍ଲୀରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ସେନାଧ୍ୟକ୍ଷ କହିଛନ୍ତି। ଏହି ଅବସରରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗାର୍ଡ ଅଫ୍‌ ଅନର ଗ୍ରହଣ କରିଥିଲେ। ଜେନେରାଲ ନରଓ୍ବଣେ ଭାରତର ୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯେକୌଣସି ନିରାପତ୍ତାଜନିତ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବା ଲାଗି ସେନା ସମର୍ଥ। ଆମେ ଅତୀତରେ ଓ୍ବେଷ୍ଟର୍ନ ଫ୍ରଣ୍ଟ ଉପରେ ଅଧିକ ଧ୍ୟାନ ଦେଇଆସିଛେ। ଏବେ ନର୍ଦ୍ଦର୍ନ ଫ୍ରଣ୍ଟ ଉପରେ ସମାନ ଧ୍ୟାନ ଦିଆଯିବାର ସମୟ ଆସିଛି ବୋଲି ଜେନେରାଲ ନରଭନେ ଖବରଦାତାମାନଙ୍କୁ କହିଛନ୍ତି।

Share