ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର ବୈଜ୍ଞାନିକଙ୍କ ନଜର ଚନ୍ଦ୍ର ଉପରେ ଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ନେଇ ବ୍ୟଙ୍ଗ କରିଥିଲା। ଯଦିଓ ଚାଇନା ଭାରତ ବିରୋଧରେ ବହୁ କଥା କହିଛି ତେବେବି ଚାଇନାର ଲୋକେ ଚନ୍ଦ୍ରୟାନ -୨ର ବହୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଚାଇନାର ସୋସିଆଲ ମିଡିଆ ୟୁଜରମାନେ କହିଛନ୍ତି ଭାରତୀୟ ବୈଜ୍ଞାନିକମାନେ ଥକି ନ ପଡି ସେମାନଙ୍କ ପ୍ରଚେଷ୍ଟା ଜାରି ରଖିବା ଉଚିତ୍। ଆଉ ଚନ୍ଦ୍ରୟାନ ଭଳି ଏକ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସେମାନେ କହିଛନ୍ତି। ଅର୍ଥାତ ପରୋକ୍ଷରେ ଚାଇନା ଭାରତର ପ୍ରଶଂସା କରୁଛି ବୋଲି କୁହାଯାଉଛି।