ନୂଆଦିଲ୍ଲୀ,୧୮।୬: ରିପବ୍ଲିକ ପାର୍ଟି ଅଫ୍ ଇଣ୍ଡିଆ(ଆର୍ପିଆଇ-ଏ)ର ନେତା ରାମଦାସ ଅଠାଓ୍ବେଲେ ଗୁରୁବାର ଚାଇନିଜ ଖାଦ୍ୟକୁ ନେଇ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ଯେଉଁ ରେସ୍ତୋରାଁ ଚାଇନିଜ ଖାଦ୍ୟ ବିକ୍ରି କରୁଛନ୍ତି ସେଭଳି ରେସ୍ତୋରାଁ ଉପରେ ସରକାର ନିଷେଧାଜ୍ଞା ଜାରି କରିବା ଦରକାର। ଯେଉଁମାନେ ଚାଇନିଜ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ମଧ୍ୟ ଏହାକୁ ତ୍ୟାଗ କରିବାକୁ ସେ କହିଛନ୍ତି। ଚାଇନାର ସମସ୍ତ ଜିନିଷକୁ ଦେଶରେ ବ୍ୟାନ୍ କରାଯିବା ଉଚିତ ବୋଲି ସେ ମତ ରଖିଛନ୍ତି। ସେ ଆହୁରି ମଧ୍ୟ ଚାଇନା ଉପରେ ବର୍ଷିଛନ୍ତି। ତାଙ୍କ ମତରେ ଚାଇନା ଆମଠାରୁ ବୁଦ୍ଧକୁ ନେଲା ହେଲେ ଆମେ ଚାଇନା ସହ ଯୁଦ୍ଧ ଚାହୁଁ ନ ଥିଲୁ । ଭାରତୀୟମାନେ ଯଦି ସୀମା ଅତିକ୍ରମ କରୁ ନାହାନ୍ତି ତେବେ ଚାଇନା କାହିଁକି ସୀମା ଅତିକ୍ରମ କରୁଛି ବୋଲି ସେ କହିଥିଲେ। ଚାଇନା-ଭାରତ ସୀମା ବିବାଦ ସମୟରେ ଅଠାଓ୍ବେଲଙ୍କ ଏମିତି ବୟାନ ଏବେ ଚର୍ଚ୍ଚାକୁ ଆସିଛି।