Categories: ଖେଳ

ଚାଇନିଜ ତାଇପେ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସୌରଭ

ତାଇପେଇ, ୫।୯ (ପି.ଟି.)- ପୂର୍ବତନ ଚାମ୍ପିୟନ ସୌରଭ ବର୍ମା ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୫ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନିଜ ତାଇପେଇ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସୌରଭ ୨୨-୨୦, ୨୧-୧୩ ସିଧାସଳଖ ଗେମ୍‌ରେ ଜାପାନର କାଜୁମାସା ସାକାଇଙ୍କୁ ପରାସ୍ତ କରିଛନ୍ତି। ମ୍ୟାଚ୍‌ ଜିତିବାକୁ ସୌରଭଙ୍କୁ ମାତ୍ର ୩୮ ମିନିଟ୍‌ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ସୌରଭଙ୍କ ମୁକାବିଲା ଘରୋଇ ପ୍ରତିଯୋଗୀ ଚୋଉ ତିଏନ୍‌ ଚେନ୍‌ଙ୍କ ସହ ହେବ। ଗତ ମାସରେ ହାଇଦ୍ରାବାଦ ଓପନ୍‌ ଜିତିଥିବା ସୌରଭ ଏକମାତ୍ର ଭାରତୀୟ ପ୍ରତିଯୋଗୀ ଭାବେ ଏହି ଟୁର୍ନାମେଣ୍ଟରେ ତିଷ୍ଠି ରହିଛନ୍ତି। ମହିଳା ସିଙ୍ଗଲ୍ସରେ ରିୟା ମୁଖାର୍ଜୀ ଓ ମହିଳା ଡବଲ୍ସରେ ଅପର୍ନା ବାଲାନ ଓ ପ୍ରଜକ୍ତା ସାଓ୍ବନ୍ତ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାରି ବିଦାୟ ନେଇସାରିଛନ୍ତି।

Share