Advertisement

ଚାଇଲ୍ଡ ଲାଇନ ପକ୍ଷରୁ ୭୧ଶିଶୁ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨ା୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଗଦାପୁର ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଛାତ୍ରାବାସ ଉପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି କଳ୍ପନା ମହାନ୍ତି, ଶିବ ଶଙ୍କର ବେହେରା, ରାଜଲକ୍ଷ୍ମୀ ମହାଙ୍କୁଡ଼, ସୁନିଲ ପ୍ରଧାନ, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଗଦାପୁର ଅଞ୍ଚଳରେ ଦୀର୍ଘବର୍ଷ ଧରି ଚାଲିଥିବା ଛାତ୍ରାବାସରୁ ୧୧ ଛାତ୍ର ଓ ୭ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ବ୍ରାହ୍ମଣୀଗଁାରେ ପହଞ୍ଚତ୍ ଜୀବନଜ୍ୟୋତ୍‌ି ଛାତ୍ରାବାସରୁ ୫୦ ଛାତ୍ର ଓ ୩ ଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ନିଆଯାଉଥିବା ଜଣାପଡ଼ିଛି। ଏଥିରେ ବ୍ରାହ୍ମଣୀଗଁା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସହଯୋଗ କରିଥିଲେ।
ପ୍ରକାଶ ଯେ, ବ୍ରାହ୍ମଣୀଗଁାଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଇମାନୁଏଲ ନାମରେ ଏହି ହଷ୍ଟେଲ ଚାଲିଥିଲା। ଜିଲା ପ୍ରଶାସନ ୨୦୧୬ରେ ଏହାର ଅଧ୍ୟକ୍ଷ ଜିତେନ୍ଦ୍ର୍ର ହରପାଲଙ୍କୁ ବନ୍ଦ କରିବାକୁ ନୋଟିସ ଦେଇଥିଲା। କିନ୍ତୁ ଏହାକୁ ବନ୍ଦ ନକରି ନାମପରିବର୍ତ୍ତନ କରି ଜୀବନଜ୍ୟୋତି ହଷ୍ଟେଲ ନାମରେ ଚଲାଇଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କହିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧାର ଛାତ୍ରୀଛାର୍ରଙ୍କୁ ଦୁଇଓଳା ଭଲରେ ଖାଇବାକୁ ଦିଆଯାଉ ନ ଥିଲା। ଛାତ୍ରୀମାନଙ୍କୁ ଘର କାମ ଓ ଛାତ୍ର ମାନଙ୍କୁ ଚାଷ କାମରେ ନିୟୋଜିତ କରାଯାଉଥିଲା। ଏନେଇ ହଷ୍ଟେଲ ପରିଚାଳକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସମସ୍ତ ଉଦ୍ଧାର ଛାତ୍ରୀଛାତ୍ରଙ୍କୁ ଏକ ବସ୍‌ରେ ଫୁଲବାଣୀ ନିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share