ଚାଉଳ ନେବା ପାଇଁ ଖରାରେ ଛିଡା ହେଉଛନ୍ତି ହିତାଧିକାରୀ: ଘରେ ପହଞ୍ଚାଇବାକୁ ପ୍ରଶାସନ ନିକଟରେ ଦାବି

ଗଞ୍ଜାମ, ୧୧।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଅଗ୍ରିମ ତିନି ମାସର ବିଭିନ୍ନ ଭତ୍ତା ଓ ରାସନ କାର୍ଡଧାରୀଙ୍କୁ ଅଗ୍ରିମ ତିନି ମାସର ଚାଉଳ ସହ ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି l ଗଞ୍ଜାମ ଏନ୍‌ଏସି ଅଧୀନରେ ଥିବା ୧୨ଟି ୱାର୍ଡରେ ଏହା ଏବେ ବଣ୍ଟନ କରାଯାଉଛି l ଏଥିପାଇଁ ହିତାଧିକାରୀଙ୍କୁ ଡିଲରଙ୍କ ପାଖକୁ ଯାଇ ଖରାରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ୁଛି। ତେଣୁ ଡିଲରମାନେ ଘର ଘର ବୁଲି ଚାଉଳ ବଣ୍ଟନ କରିବାକୁ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ହିତାଧିକାରୀ ଦାବି କରିଛନ୍ତି l