ଚାଉଳ ପାଇଁ ଚାହିଁ ବସିଛନ୍ତି ହିତାଧିକାରୀ

ବିଞ୍ଝାରପୁର, ୫।୪ (ଡି.ଏନ.ଏ.)- ମହାମାରୀ କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଏଥିଯୋଗୁ ସାଧାରଣ ଗରିବ, ଖଟିଖିଆ କାମଧନ୍ଦା ହରାଇଛନ୍ତି। ସେମାନଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ଆଗୁଆ ୩ମାସର ଚାଉଳ ସମେତ ପରିବାର ପିଛା ୧ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଯାଜପୁର ଜିଲାର ଅନ୍ୟ ବ୍ଲକଗୁଡ଼ିକରେ ୩ମାସର ଆଗୁଆ ଚାଉଳ ସମେତ ୧ହଜାର ଟଙ୍କା ସହାୟତା ଦିଆଯାଇଥିଲାବେଳେ ବିଞ୍ଝାରପୁର ବ୍ଲକରେ ତାହା ହୋଇପାରିନାହିଁ। ଏହାକୁ ନେଇ ହିତାଧିକାରୀ ମହଲରେ ଅସନ୍ତୋଷ ଦେଖାଯାଇଛି। ବହୁ ଲୋକ ଭୋକଉପାସରେ ରହିଛନ୍ତି। ଏ ସମ୍ପର୍କରେ ବ୍ଲକର ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଶୁଭାଙ୍ଗୀ ରାୟଙ୍କୁ ପଚାରିବାରୁ ଆଲଟମେଣ୍ଟରେ ସମସ୍ୟା ଯୋଗୁ ବିଞ୍ଝାରପୁର ବ୍ଲକରେ ଚାଉଳ ଦେବାରେ ଡେରି ହୋଇଛି। ଏବେ ଲିଷ୍ଟିଂ ଚାଲିଛି ଦିନେ ୨ଦିନ ମଧ୍ୟରେ ସମସ୍ତ ହିତାଧିକାରୀ ଚାଉଳ ପାଇଯିବେ। ଜିଲାପାଳଙ୍କ ସହ ଆଲୋଚନା କରି ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।

Share