ଚାଉଳ ବୋଝେଇ ୨ ଟ୍ରକ୍‌ ଅଟକ

ତିହିଡ଼ି, ୪।୧(ଡି.ଏନ.ଏ.)- ଭଦ୍ରକରୁ ଚାଉଳ ବୋଝେଇ ହୋଇ ତିହିଡ଼ିକୁ ଆସିଥିବା ୨ଟି ଟ୍ରକ୍‌କୁ ସ୍ଥାନୀୟ ତହସିଲଦାର ଶନିବାର ଅପରାହ୍ନରେ ଅଟକ ରଖିଛନ୍ତି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ମହାପାତ୍ର ଓ କେଦାରନାଥ ନାୟକ, ବ୍ଲକ ଯୋଗାଣ ନିରୀକ୍ଷକ ହରପ୍ରିୟା ସାହୁ ଏହାକୁ ଯାଞ୍ଚ କରିଛନ୍ତି। ଏହି ଚାଉଳ ସରକାରୀ ଗୋଦାମରେ ରହିବା ପରିବର୍ତ୍ତେ ଏକ ଘରୋଇ ଗୃହରେ ରଖାଯିବା ପାଇଁ ଉଦ୍ୟମ କରାଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଏହାକୁ ଅଟକ ରଖିଥିବା ତହସିଲଦାର କହିଛନ୍ତି। ଦୁଇ ଟ୍ରକ୍‌ରେ ମୋଟ ୧୨୦ ବସ୍ତା ଚାଉଳ ଥିବା ଜଣାପଡ଼ିଛି। ତେବେ ଏହା ଅଙ୍ଗନୱାଡି ଚାଉଳ ବୋଲି କୁହାଯାଉଥିବାରୁ ତହସିଲଦାର ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ସିଡିପିଓ ଇନ୍ଦୁରେଖା ନାୟକଙ୍କୁ ଡକାଇଛନ୍ତି। ଖବର ଲେଖାଯିବା ବେଳକୁ ସିଡିପିଓ ଘଟଣାସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି।