ଚାଉଳ ମିଳିଲା, ଡାଲି ନାହିଁ

ବନ୍ତ,୩।୫(ଡି.ଏନ୍‌.ଏ.) : କରୋନା୍‌ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଶନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଳକରେ ରାଶନକାର୍ଡଧାରୀମାନଙ୍କୁ କେବଳ ଚାଉଳ ମିଳୁଥିବା ବେଳେ ଡାଲି ମିଳିବାରେ ବିଳମ୍ବ ଦେଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବନ୍ତ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୬ ହଜାର ୪ ଶହ ୧୬, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୩୮, ଅନ୍ତ୍ୟୋଦୟ ଯୋଜନାରେ ୪ ହଜାର ୭ ଶହ ୯ ଏବଂ ଏଚ୍‌.ଆର.ଏମ୍‌.ଏସ୍‌ ଯୋଜନାରେ ୪୦ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସମସ୍ତ ହିତାଧିକାରୀଙ୍କୁ ପୂର୍ବରୁ ୩ ମାସର ଚାଉଳ, ଗହମ ପ୍ରଦାନ କରାଯାଇଥିବା ବେଳେ ଏବେ ପି.ଏମ୍‌.ଜି.କେ.ଏ.ୱାଇ ଯୋଜନାରେ ୩ ମାସ ପାଇଁ ଚାଉଳ ପ୍ରଦାନ କରାଯାଇଛି ା ଗତ ଏପ୍ରିଲଠାରୁ ବ୍ଲକର ଗଣିଜାଙ୍ଗ, ଚାରିଗାଁ, ନିଳୋକ, ବନ୍ତ ସମେତ ବିଭିନ୍ନ ପଞ୍ଚାୟତରେ ଏହି ବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ହିତାଧିକାରୀ ମାନଙ୍କୁ ଡାଲି ପ୍ରଦାନ କରାଯାଉ ନ ଥିବା ଦେଖାଯାଇଛି ା ଏସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ ଡାଲି ଆସିବାରେ ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଛି ା ପ୍ରଥମ ପର୍ଯ୍ୟାୟରେ ଚାଉଳ ବଣ୍ଟନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଡାଲି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ା