ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ବଲାଙ୍ଗୀର ସହରର ବହୁ ମହିଳା ଓ ପୁରୁଷ ଅଭିଯୋଗ କରିବା ପରେ ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଠକେଇ କରି ଫେରାର ହୋଇଯାଇଥିବା ମହିଳାଜଣଙ୍କ ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର କରୁଣାକର ନାୟକଙ୍କ ସ୍ତ୍ରୀ ଆରତୀ ନାୟକ ବୋଲି ଜଣାପଡ଼ିଛି।

Share