Categories: ଜାତୀୟ

ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବ୍‌ଦୁର ରହମନ। ଏହି ବିଲ୍‌ ବିରୋଧରେ ଖୋଲାଖୋଲି ଭାବେ ବିକ୍ଷୋଭ କରିବା ପାଇଁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ମୁଁ ବ୍ୟକ୍ତିଗତ କାରଣରୁ ଆଇଜିପି ପାହ୍ୟା ଅଧିକାରୀ ପଦ ଛାଡ଼ିଥିବା ମୋ ଇସ୍ତଫାପତ୍ରରେ ଉଲ୍ଲେଖ କରିଛି। ତେବେ ମୋ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଛି।

ସ୍ବାଗତ କଲେ ପାକିସ୍ତାନୀ ହିନ୍ଦୁ
ନାଗରିକତ୍ୱ ସଂଶୋଧନ ବିଲ୍‌ ରାଜ୍ୟ ସଭାରେ ଗୃହୀତ ହେବାପରେ ଦିଲ୍ଲୀରେ ଥିବା ପାକିସ୍ତାନୀ ହିନ୍ଦୁମାନେ ସ୍ବାଗତ କରିଛନ୍ତି। ବିଲ୍‌ ଉପରେ ବିତର୍କ ଚାଲିଥିବାବେଳେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା। କେତେକେ ରେଡିଓ ପାଖରେ ଭିଡ଼ ଜମାଇଥିବାବେଳେ ଅନ୍ୟମାନେ ସେମାନଙ୍କ ଫୋନ୍‌ରେ ବିଲ୍‌ ଗୃହୀତ ହେବା ସମ୍ପର୍କରେ ଖବର ଜାଣିବା ପାଇଁ ଉଦ୍ୟମ ଚଳାଇଥିଲେ। ପାକିସ୍ତାନରୁ ପଳାଇ ଆସିଥିବା ପାଖାପାଖି ୭୫୦ ହିନ୍ଦୁ ଦିଲ୍ଲୀର ମଜ୍‌ନୁ କା ଟିଲାରେ ଅସ୍ଥାୟୀ ଘରେ ଶରଣାର୍ଥୀ ଭାବେ ରହିଛନ୍ତି। ଅନ୍ୟମାନେ ରୋହିଣୀ ସେକ୍ଟର ୯ ଏବଂ ୧୧, ଆଦର୍ଶ ନଗର ଓ ସିଗ୍‌ନେଚର ବ୍ରିଜ୍‌ ନିକଟରେ ରହୁଛନ୍ତି।

Share