ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ନରିଲୋ ଗ୍ରାମର ପ୍ରଶାନ୍ତ କୁମାର ନାୟକ(୫୧)। ତାଙ୍କ ନିକଟରୁ ଏକାଧିକ ଜାଲ୍‌ କାଗଜପତ୍ର ମିଳିଛି। ପୋଲିସ କେସ୍‌ ନଂ.୪୭୪/୧୯, ଦଫା ୪୨୯,୨୨୦,୪୬୭, ଓ ୪୭୧ ଲଗାଇ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଉକ୍ତ ସଂସ୍ଥା କଳିଙ୍ଗ ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟ କରୁଥିଲା। ପ୍ରଶାନ୍ତ ଏଥିରେ ସୁପରଭାଇଜର ଭାବେ କାମ କରନ୍ତି। ପ୍ରଶାନ୍ତଙ୍କ ଗଁା ନିକଟରେ ଚିତ୍ତରଞ୍ଜନଙ୍କ ଘର ହୋଇଥିବାରୁ ଉଭୟ ପୂର୍ବରୁ ପରିଚିତ ଥିଲେ। ତେଣୁ ଚିତ୍ତରଞ୍ଜନ ନିଜ ଭାଇକୁ ଚାକିରି କରାଇ ଦେବା ପାଇଁ ପ୍ରଶାନ୍ତଙ୍କୁ କହିଥିଲେ। ପ୍ରଶାନ୍ତ ତାଙ୍କୁ ଉକ୍ତ ସଂସ୍ଥାରେ ଚାକିରି ପ୍ରତିଶ୍ରୁତି ଦେବା ସହ ୩ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ପରେ ଚିତ୍ତରଞ୍ଜନ ଗତ ଜୁଲାଇ ମାସରୁ ଅଗଷ୍ଟ ମଧ୍ୟରେ ୩ କିସ୍ତିରେ ୨ଲକ୍ଷ ୮୮ହଜାର ଟଙ୍କା ପ୍ରଶାନ୍ତଙ୍କୁ ଦେଇଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଶାନ୍ତ ଜାଲ ନିୟୁକ୍ତପତ୍ର ଦେବା ସହ ଅନ୍ୟ ପ୍ରମାଣପତ୍ର ଜାଲ କରି ଦେଇଥିଲେ। କେବଳ ଚିତ୍ତରଞ୍ଜନ ନୁହନ୍ତି, ଏଭଳି ୫ଜଣ ପିଲାଙ୍କୁ ଚାକିରି କରାଇ ଦେବାକୁ କହି ଟଙ୍କା ଠକିନେଇ ସମୟ ଗଡ଼ାଇ ଚାଲିଥିଲେ। ଶେଷରେ କଳିଙ୍ଗ ଷ୍ଟାଡିୟମରୁ ଉକ୍ତ ସଂସ୍ଥା ଉଠିଯିବା ପରେ ପ୍ରଶାନ୍ତ ଆଉ ଧରାଛୁଅଁା ଦେଇନଥିଲେ। ଏନେଇ ଚିତ୍ତରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ରବିବାର ସକାଳେ ନୟାପଲୀରୁ ପ୍ରଶାନ୍ତକୁ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ଠକେଇ ଅଭିଯୋଗ ତାଲିକା ବଢିଚାଲିଥିବା ପୋଲିସ କହିଛି।

Share