ଚାକ୍‌ରି ଆଶ୍‌ରେ ଜମିଦେଇ ପରିବାର ସରବ୍‌ସୁଆଁତ

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ସଦର ଗାଁରେ ରହୁଛନ୍‌ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍‌ରି ଆଶ୍‌ରେ ନିଜର ଦୁଇ ଏକର ଜମି ପଁଚେତ୍‌କେ ଦାନ କରି ସରବ୍‌ସୁଆଁତ୍‌ ହେଇଯାଇଥିବାର ଶ୍ରୀଧରକଁର ମାଏକିନା ଶ୍ରାବଣୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କରୁଆଁଝର ସଦର ଗାଁର ବିଧବା ବୁରୁଧ୍‌ ଶ୍ରାବଣୀ ବାଗ। ପରିବାର କହେଲେ ଗୁଟେ ବଲି ଝି’ ରାକ୍ଷୀକୁଁ ନେଇ ସଁସାର। ଆପ୍‌ନେ ଶ୍ରୀଧର ବାଗ ୬ ମାସ୍‌ ତଲେ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ଗୋଚର ଜମିରେ ଥିବାର ନିଜର ଝାଟି ମାଟି କୁରିଆରେ ମା’ଝି ମୁଡ଼ ଗୁଁଜିଛନ୍‌। ଶ୍ରୀଧର ବଁଚିଥିଲାବେଲେ ଦୁଇ ମାଏଝି ମୁନୁଷ୍‌ ପରହର କାମ୍‌ବୁତା କରି ପରିବାର ଚଲଉଥିଲେ। ଆଏଜ୍‌କେ ୨୦ ବଛର ତଲେ ପରିବାରଟା ସରକାରକଁରନୁ ୨ ଏକର ଜମି ଦାନ୍‌ ପାଇଥିଲେ। ସେଠାନେ ରହି ପରିବାରଟା ଦୁଖେସୁଖେ ଚଲିଯାଉଥିଲେ। ୨୦୦୨ ସାଲେ କରୁଅଁାଝର ପଁଚେତ୍‌ ମାଏନ୍‌ତା ପାଇଥିଲା। ସେ ସମିଆରେ ପଁଚେତ୍‌ ଅଫିସ ଲାଗି ଜାଗା ଖୁଜା ପଡ଼ିଥିଲା। କେହେନ୍‌ସିଠାନୁ ଜାଗା ନାଇଁ ମିଲ୍‌ଲାରୁ ଇ ଗରିବ୍‌ ପରିବାର ଦାନ ପାଇଥିବାର ୨ ଏକର ଜମି ଉପରେ ସମକର ନଜର ପଡ଼ିଥିଲା। ଜମିଦାନ୍‌ କଲେ ପରିବାରର ଝନ୍‌କୁ ଚାକ୍‌ରି ଦିଆଯିବା ବଲି ଶ୍ରୀଧରକୁଁ ଲୋଭ୍‌ ଦେଖେଇ ଜମିକେ ପଁଚେତ୍‌ ନଁାରେ କରାଗଲା। ପଁଚେତ୍‌ ହେଲା ଉତାରୁ ଶ୍ରୀଧରକୁଁ ସେତେବେଲେ ରାଏତ୍‌ ଜୁଗାଲି ହିସାବେ ମାସିକ୍‌ ୬ଶହ ଟଁକାରେ ରଖାଗଲା। ସେନ୍‌ତା ଅଲପ୍‌ କେତେ ଟଁକା ଦେଇ ଶ୍ରାବଣୀକୁଁ ପଁଚେତ୍‌ ବନ୍‌ଢ଼ାବାର ଲାଗି ରଖାଗଲା। ସେ ଦରମା ଟଁକା ବଢ଼ି ବଢ଼ି ୧୫ଶହ ଟଁକା ହେଲା। ଦିନୁଦିନ୍‌କେ ଦରଦାମ୍‌ ବଢ଼ବାର ସଂଗେ ଶ୍ରୀଧର ତାକର ଦରମା ୧୫ଶହରୁ ୩ ହଜାର ଟଁକା କରବାକେ ପଁଚେତ୍‌ କତୁରପକ୍ଷକୁଁ କହେଲେ। ହେଲେ କେହି ତାକର କଥା ନାଇଁ ଶୁନ୍‌ଲେ। ଇ ସମିଆରେ ଶ୍ରୀଧର ରୋଗ୍‌ରେ ପଡ଼ି ଗଲା ୨୪ା୯ା୨୦୧୯ରେ ଆରପାରକେ ଚାଲିଗଲେ। ଶ୍ରୀଧରକଁର ଉତାରୁ ଶ୍ରାବଣୀକୁଁ ରାଏତ୍‌ ଜୁଗାଲି ହିସାବେ ରଖି ପଁଚେତ୍‌ ତରଫୁ ମାସିକ ୧୫ଶହ ଟଁକା ଆର ୩୫ କେ.ଜି. ଚାଉଲ ଦିଆଯାଉଛେ। ଯେନ୍‌ଟା ମା’ଝି’କେ ମାସେ ଚଲବାରେ ନିଅଁଟ ହେଉଛେ। ଜମି ନେଲାବେଲେ ପରିବାରର ଝନ୍‌କୁ ଚାକ୍‌ରି ସଂଗେ ଉନିଆ ସବୁ ସରକାରୀ ସୁବିଧା ଯୁଗେଇ ଦିଆଯିବା ବଲି କତୁରପକ୍ଷ କଥା ଦେଇଥିଲେ। ପଁଚେତ୍‌ ହେବାର ଆଏଜ୍‌କେ ୧୮ ବଛର ହେଲାନ, ମୁଇଁ ସବୁଦିନେ ପଁଚେତ୍‌ ବନ୍‌ଢ଼ାସୁନ୍‌ଢ଼ା କରୁଛେଁ। ହେଲେ ସେ ବାବ୍‌ଦେ ଆଏଜ୍‌ତକ ମୋତେ ଟଁକାଟେ ନାଇଁ ମିଲି। ଦରମା ୧୫ଶହରୁ ୩ହଜାର କରବାର ଲାଗି ଗୁହାରି କଲେ ବି କେହି ନାଇଁ ଶୁନବାର ବଲି ବୁରୁଧ୍‌ ବିଧବା ଶ୍ରାବଣୀ ଅଭିଯୋଗ କରିଛନ୍‌। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ବୁରୁଧ୍‌କୁଁ ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ସଂଗେ ତାକର ଦରମା ୩ ହଜାର ଟଁକା କରବାକେ ଥାନୀଅ ବୁଧିଜୀବୀ ମହଲ ଦାବି କରିଛନ୍‌।

Share