ଚାଚେରୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୫ା୩: ଶ୍ରୀମନ୍ଦିରରେ ବୁଧବାରଠାରୁ ଦୋଳପର୍ବ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ୩ ବାଡ଼ରେ ମଇଲମ ହୋଇ ନୂଆଲୁଗା ଲାଗି କରାଯାଇଥିଲା। ପାଳିଆ ମେକାପ ଚନ୍ଦନ ବିଜେ କରାଇଥିଲେ। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି ବଢିଥିଲା। ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରକୁ ବିଜେ କରିବା ପରେ ମହାପ୍ରଭୁଙ୍କ ଚାଚେରୀ ବେଶ ହୋଇଥିଲା। ଏହି ବେଶରେ ଠାକୁରମାନେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥିଲେ। ଏଥିସହ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନରେ ଜଗନ୍ନାଥ ବଲ୍ଲଭକୁ ବିଜେ କରିଥିଲେ। ସେଠାରେ ଭୋଗ ଓ ଜଉଡ଼ାବ ଖେଳ ବଢିଲା ପରେ ବିମାନରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢି ପହୁଡ଼ ହୋଇଥିଲା।

Share