ମୁମ୍ବାଇ: ଦିନଥିଲା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। ସୈଫ୍ ନିଜଠାରୁ ୧୨ ବର୍ଷ ବଡ଼ ଅମୃତା ସିଂହଙ୍କୁ ବିବାହ କରିବା ଇଣ୍ଡଷ୍ଟ୍ରିରେ କେହି ବିଶ୍ୱାସ କରୁ ନ ଥିଲେ। ଯଦିଓ ଏବେ ଦୁଇଜଣଙ୍କ ଛାଡ଼ପତ୍ର ହୋଇସାଇଛି ତଥାପି ଉଭୟଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ହୋଇଥିବା ଭିଡିଓଟି ଏକ ଚାଟ୍ ଶୋ’ର। ଏଥିରେ ଅମୃତା ସୈଫଙ୍କ ପାଇଁ ‘ତୁମ୍ ଆ ଗଏ ହୋ ନୁର୍ ଆ ଗୟା ହୈ’ ଗୀତ ଗାଇଥିବା ଦେଖିବାକୁ ମିଳିଛି। ଗୀତ ଗାଇବା ସମୟରେ ଅମୃତା ବହୁ ଲାଜେଇ ଯାଇଛନ୍ତି। ଅମୃତାଙ୍କ ଗୀତ ଗାଇବା ଦେଖି ସୈଫ୍ ଭାବପ୍ରବଣ ହୋଇ ସେହି ଚାଟ୍ ଶୋ’ରେ ହିଁ କିସ୍ କରିଦେଇଥିଲେ। ଫ୍ୟାନ୍ମାନଙ୍କୁ ଏହି ଭିଡିଓ ବେଶ୍ ପସନ୍ଦ ଆସିଛି। କିଛି ୟୁଜର ଏହି ଯୋଡ଼ିକୁ କମାଲ କହିଛନ୍ତି ତ ଆଉ କିଛି ୟୁଜର ଅମୃତା ଖୁବ୍ ସୁନ୍ଦର ଦେଖାଯାଉଥିବା କହିଛନ୍ତି।
ଅମୃତାଙ୍କୁ ଯେତେବେଳେ ୩୩ ବର୍ଷ ସୈଫ୍ଙ୍କୁ ୨୧ ବର୍ଷ। ପ୍ରଥମ ଦେଖାରେ ଅମୃତାଙ୍କ ପ୍ରେମରେ ପଡ଼ିଥିଲେ ସୈଫ୍। ପରେ ୧୯୯୧ରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୧୩ ବର୍ଷର ବୈବାହିକ ଜୀବନ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ଏହା ପରେ ସୈଫ୍ ୨୦୧୨ରେ କରୀନା କପୁରଙ୍କୁ ବିବାହ କରିନେଲେ।