ଚାନ୍ଦପଶି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

କେନ୍ଦୁଝର,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଗୋପାଳପୁର ଚାନ୍ଦପଶି ନିକଟ ୨୦ନଂ ଏନ୍‌ଏଚ୍‌ରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ଦୁଇଜଣ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, କେନ୍ଦୁଝରରୁ ଆଇରନ୍‌ ବୋଝେଇ କରି ନେଇ ଯାଉଥିବା ଏକ ଟ୍ରକ୍‌କୁ କେନ୍ଦୁଝରରୁ କୋଇଲା ନେଇ ଆସୁଥିବା ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣ ଚାଳକ ଚାପି ହେବା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ରାସ୍ତାରେ ଶନିବାର ଅନ୍ୟ ଏକ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିଲେ।