ଚାନ୍ଦବାଲିରେ ଶ୍ରମିକ, କୃଷକ ସମାବେଶ

ଚାନ୍ଦବାଲି,୧୭ା୧୧(ଡି.ଏନ.ଏ.)-ଶୋଷଣମୁକ୍ତ ଭାରତ ଗଠନ ଦିଗରେ କମ୍ୟୁନିଷ୍ଟମାନଙ୍କ ସଂଗ୍ରାମର ଶତବାର୍ଷିକୀ ପାଳନ ଅବସରରେ ରବିବାର ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତି ଭବନରେ ଶ୍ରମିକ ଓ କୃଷକଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରମିକ ଓ କୃଷକମାନେ ଏଥିରେ ଯୋଗ ଦେଇଥିଲେ। କମ୍ୟୁନିଷ୍ଟ ଦଳ ପକ୍ଷରୁ ଶ୍ରମିକ ଓ କୃଷକମାନଙ୍କର ଏକ ଶୋଭାଯାତ୍ରା କାଳୀ ମନ୍ଦିର ନିକଟରୁ ବାହାରି ଚାନ୍ଦବାଲି ସହର ପରିକ୍ରମା କରି ବିଜୁସ୍ମୃତି ଭବନରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସାଧାରଣ ସଭାରେ କମ୍ୟୁନିଷ୍ଟନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ। ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା, ବୁଲବୁଲ ବାତ୍ୟାର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ, ଆଶା, ଅଙ୍ଗନୱାଡ଼ି ଓ ପାଚିକା ସହାୟିକାଙ୍କ ମାସିକ ଦରମା ୨୦ ହଜାର ଟଙ୍କା କରିବା, ସାମାଜିକ ନିରାପତ୍ତା ସହ ସ୍ଥାୟୀ ନିଯୁକ୍ତି, ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି ସରକାରୀ ସହାୟତା ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ । ଏହି ଅବସରରେ ୧୦ ଜଣଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା ା ଗିରିଧାରୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ରବି ପଟ୍ଟନାୟକ, ଚନ୍ଦ୍ରଶେଖର ନାୟକ, ଦିବ୍ୟସଂହ ନାୟକ, ମଳୟ ଭୋଇ, ବିକାଶ ନାଥ, ଉପେନ୍ଦ୍ର ରାଉଳ, ପ୍ରଫୁୁଲ ପାଢ଼ୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ା ଆସନ୍ତା ଜାନୁୟାରୀ ୮ ତାରିଖରେ ହେବାକୁ ଥିବା ସାଧାରଣ ଧର୍ମଘଟକୁ ସଫଳ କରିବାକୁ କର୍ମକର୍ତ୍ତାମାନେ ନିବେଦନ କରିଥିଲେ ।