Posted inଜାତୀୟ

ଚାନ୍ଦା ନ ଦେବାରୁ ପିଟି ହତ୍ୟା

କଟିହାର,୧୪ା୧୧(ପି.ଟି.): ପଶ୍ଚିମବଙ୍ଗର ଏକ ହାଟକୁ ଗୋରୁ ବିକିବା ପାଇଁ ନେଉଥିବା ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲାରେ କିଛି ଦୁର୍ବୃତ୍ତ ପିଟିପିଟି ମାରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ମହମ୍ମଦ ଜମାଲ ବୋଲି ଜଣାପଡିଛି।
ପୋଲିସ କହିବା ଅନୁଯାୟୀ ଜମାଲ, ତାଙ୍କ ଭାଇ ଓ ଅନ୍ୟ କେତେଜଣ ୧୮ଟି ଗୋରୁ ନେଇ ଆଜମନଗରର କୁର୍‌ସେଲ ହାଟକୁ ବିକିବା ପାଇଁ ଯାଉଥିଲେ। ଲାଭା ବ୍ରିଜ୍‌ ନିକଟରେ କିଛି ଲୋକ ସେମାନଙ୍କୁ ଘେରିଯାଇ ଜୋରଜବରଦସ୍ତ ଚାନ୍ଦା ମାଗିଥିଲେ। ଜମାଲ ଟଙ୍କା ଦେବାକୁ ମନା କରିଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ପିଟିଥିଲେ। ଜମାଲଙ୍କ ଅନ୍ୟ ସହଯୋଗୀମାନେ ସେଠାରୁ କୌଣସି ପ୍ରକାର ଖସି ପଳାଇଥିଲେ। ଫଳରେ ଜମାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ ସାଗର ଯାଦବ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା କଟିହାର ସଦର ଏସ୍‌ଡିପିଓ ଅନିଲ କୁମାର କହିନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଭିଡ଼ହିଂସା ପ୍ରତିବାଦରେ ସ୍ଥାନୀୟ ଲୋକେ କଟିହାର-ଗେରାବାରି ଜାତୀୟ ରାଜପଥ ୩୧କୁ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

କୋଟିଏ କି ୨ କୋଟି ନୁହେଁ, ଦାମ୍‌ ୨୩ କୋଟି; ଦିନକୁ ୨ ହଜାର ଟଙ୍କାର ଡ୍ରାଏଫ୍ରୁଟ୍ସ ଖାଏ ଏହି ମଇଁଷି

ଜୟପୁର,୧୫।୧୧: ଚଳିତ ବର୍ଷ ରାଜସ୍ଥାନର ପୁଷ୍କର ମେଳାରେ ଆସୁଥିବା ଲୋକଙ୍କ ପାଇଁ ହରିୟାଣାର ଏକ ମଇଁଷି ଆକର୍ଷଣର କେନ୍ଦ୍ର ପାଲଟିଛି। ଗତ ବର୍ଷ ମଧ୍ୟ ଏଠାରେ...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri