ଚାନ୍ଦିନୀଚୌକରେ ହେବନି ରଥଯାତ୍ରା

କଟକ ଅଫିସ,୧୭ା୬: ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ପାଳନ ନ ହେବା ପାଇଁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ପରିଚାଳନା ସମିତି ସମ୍ପାଦକ ଭିକାରୀ ଦାସଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏହା ସ୍ଥିର କରାଯାଇଛି। କରୋନା ସଂକ୍ରମଣରୁ ମାନବ ସମାଜକୁ ସୁରକ୍ଷା ଦେବା ଓ ସାମାଜିକ ଦୂରତ୍ୱ ରକ୍ଷା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ରଥାଯାତ୍ରା କରାଯିବ ନାହିଁ। ନେତ୍ରୋତ୍ସବରୁ ନିଳାଦ୍ରୀ ବିଜୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ମନ୍ଦିରରେ ସମ୍ପନ୍ନ ହେବ। ଏହି ବୈଠକରେ କର୍ମକର୍ତ୍ତା ପୁରୁଷୋତ୍ତମ ପଟ୍ଟନାୟକ, ପ୍ରଦୀପ ସିଂ, ଅଜୟ ଦାସ, କେ. ଭାସ୍କର ରାଓ, ଚନ୍ଦ୍ରଶେଖର ସାହୁ, ଆନନ୍ଦ ଦାସ, ଶେଷଦେବ ମହାରଣା, ପ୍ରଫୁଲ୍ଲ ସିଂହ, ସାଲବେଗ, ସୁକାନ୍ତ ଦାସ, ମନୋଜ ବେହେରା, ଲୋକନାଥ ଦାସ ଓ ଚନ୍ଦନ ସାହୁ ଉପସ୍ଥିତ ଥିଲେ। ଶେଷରେ ବାମାଶଙ୍କର ରାଓ ଧନ୍ୟବାଦ ଦେଇଥିଲେ।

Share