ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ ବ୍ରହ୍ମୋସ ପରୀକ୍ଷଣ କରାଯାଇଛି। ଏଥିରେ ଲାଇଫ୍‌ ଏକ୍ସଟେନସନ୍‌ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି। ଫଳରେ ଏହାର ଲକ୍ଷଭେଦ କ୍ଷମତା ୨୯୦ କିମିରୁ ୪୦୦ କିମିକୁ ବୃଦ୍ଧି ପାଇଥବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ଏବଂ ଋଷ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ। ୮.୪ ମିଟର ଲମ୍ବ ଏବଂ ୦.୬ ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୨.୫ ଟନ୍‌ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

Share