ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l
ସୂଚନାନୁଯାୟୀ, ନାଫ୍ରାଇ ଗ୍ରାମର କେତେଜଣ ବ୍ୟକ୍ତି ବିବାହ ଭୋଜିରେ ସମ୍ପର୍କୀୟଙ୍କ ଘରକୁ ଯାଇ ସକାଳେ ଚା’ ପ୍ରସ୍ତୁତ କରୁଥିଲେ। ଚା’ ଡବା ପାଖରେ ଫୁରାଡନ୍‌ ନାମକ କୀଟନାଶକ ଥିବାବେଳେ ଭୁଲ୍‌ରେ ଜଣେ ବ୍ୟକ୍ତି ଚା’ପତି ଭାବି କୀଟନାଶକ ପକାଇଥିଲେ। ସେହି ଚା’କୁ୧୧ ଜଣଙ୍କୁ ପିଇବାକୁ ଦେଇଥିଲେ। ସେମାନେ ପିଇ ଗୁରୁତର ହେବାରୁ ଚା’ପତି ବଦଳରେ ସେଥିରେ କୀଟନାଶକ ମିଶିଥିବା ଜଣାପଡ଼ିଥିଲା।

Share