Categories: ଫୁରସତ

ଚା’ପ୍ରେମୀଙ୍କ ପାଇଁ ଖୁସି ଖବର: ତନ୍ଦୁରି ପରେ ଏବେ ମାର୍କେଟରେ ବିରିୟାନୀ ଟି’ର ଜମିବ ଆସର

ତନ୍ଦୁରି ଚା’ ବିଷୟରେ ଆପଣ ଅନେକ କିଛି ଶୁଣିଥିବେ। ଖୁବ୍‌ କମ୍‌ ଦିନରେ ଏହାର ଲୋକପ୍ରିୟତା ବଢ଼ିବା ଯୋଗୁ ପ୍ରାୟ ସବୁ ଜାଗାରେ ଏହା ମିଳିବା ଆରମ୍ଭ କରିଦେଲାଣି। ତେବେ ଏହାକୁ ଟକ୍କର ଦେବା ଭଳି ଏକ ନୂଆ ଚା’ ବଜାରକୁ ଆସିଛି, ଯାହାର ନାଁ ରହିଛି ‘ବିରିୟାନୀ ଟି’। ଏହା ଏବେ ଆଗ୍ରାର ବିଭିନ୍ନ କାଫେରେ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ସବୁଜାଗାରେ ମିଳିବ। ଯଦି କେବେ ଆଗ୍ରା ଯାଉଛନ୍ତି, ତେବେ ଏହି ଚା’ର ମଜା ନେବାକୁ ଭୁଲନ୍ତୁ ନାହିଁ। ଏହାକୁ ମଧ୍ୟ ଆପଣ ଘରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକ ସାମଗ୍ରୀ:
-୨୫ ମିଲିଲିଟର ମୋଟା କ୍ଷୀର
-୭୮ ମିିଲିଲିଟର ଫୁଲ୍‌ କ୍ରିମ୍‌ ମିଲ୍କ
-ଏକ ଚାମଚ ବ୍ଲାକ୍‌ ଟି’ ପତ୍ର
-ଅଳ୍ପ ଡାଲ୍‌ଚିନି ପାଉଡର

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ କପ୍‌ରେ ମୋଟା କ୍ଷୀର ନିଅନ୍ତୁ । ଅନ୍ୟ ଏକ ପାତ୍ରରେ ପାଣି ଓ ଚା’ ପତି ନେଇ ଭଲଭାବେ ମିଶାନ୍ତୁ। ପରେ ଏହାକୁ ଛାଣି କ୍ଷୀର ସହ ମିଶାଇ ଅନ୍ୟ ଏକ ପାତ୍ରରେ ୨ ମିନିଟ ପର୍ଯ୍ୟନ୍ତ ଅଧିକ ଆଞ୍ଚରେ ଗରମ କରନ୍ତୁ। କ୍ଷୀର ଥଣ୍ଡା ହୋଇଗଲା ପରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ କିଛି ଡାଲଚିନି ପାଉଡର ପକାଇ ବିରିୟାନୀ ଟି’ ମଜା ନିଅନ୍ତୁ।

Share