Categories: ଫୁରସତ

ଚାବିର ଦାମ୍‌ ୩.୮୮ କୋଟି

ଦାମୀ ଲକ୍‌ଜ୍ୟୁରି କାର୍‌ର ମାଲିକ ହେବା ପାଇଁ କାହାର ବା ସ୍ବପ୍ନ ନ ଥାଏ। କିନ୍ତୁ କିଛି ଜଣଙ୍କ ପାଇଁ ଏହା ସାମାନ୍ୟ କଥା ହୋଇଥିବା ବେଳେ କିଛି ଜଣଙ୍କ ପାଇଁ କେବଳ ସ୍ବପ୍ନ ହୋଇ ହିଁ ରହିଯାଏ। ତେବେ ଲକ୍‌ଜ୍ୟୁରି କାର୍‌ର ମାଲିକ ହୋଇଗଲା ପରେ କିଛି ଜଣଙ୍କ ମନରେ ସେହି କାର ପାଇଁ ଗୋଟିଏ ଦାମୀ ଚାବି ବନେଇବାର ଇଚ୍ଛା ରହିଥାଏ। ସେହିଭଳିି ବ୍ୟକ୍ତିଙ୍କ ଇଚ୍ଛାକୁ ପୂରଣ କରେ ‘ଇବାଇନ୍‌’ ନାମକ ପୃଥିବୀର ଏକମାତ୍ର ଲକ୍‌ଜ୍ୟୁରି କାର୍‌ କି ମେକିଙ୍ଗ କମ୍ପାନୀ। ଏହି କମ୍ପାନୀ ବୁଗାଟି, ରୋଲସ୍‌ ରୟେସ୍‌, ବେଣ୍ଟଲେ, ମେକ୍‌ ଲୋରେନ୍‌, ମର୍ଶିଡିଜ୍‌ ବେଞ୍ଜ୍‌ ଭଳି ଦାମି ସୁପର୍‌ କାରଗୁଡିକ ପାଇଁ ଚାବି ପ୍ରସ୍ତୁତ କରିଥାଏ, ଯେଉଁଥିରେ ଦାମୀ ପଥର, ହୀରା, ୧୮ କ୍ୟାରେଟ ସୁନା ଆଦି ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏହି କମ୍ପାନୀ ତା’ର ଗ୍ରାହକମାନଙ୍କୁ କଷ୍ଟମାଇଜ୍‌ ଚାବି ପ୍ରସ୍ତୁତ କରିବାର ମଧ୍ୟ ଅପ୍ସନ ଦେଇଥାଏ। ଏହିସବୁ କଷ୍ଟମାଇଜ୍‌ ଚାବିରେ ହୀରା, ସୁନା ବ୍ୟତୀତ କାଠ ଏବଂ ଲେଦର ଭଳି ବସ୍ତୁର ବ୍ୟବହାର ମଧ୍ୟ କରାଯାଇଥାଏ। ତେବେ ନିକଟରେ ଏହି କମ୍ପାନୀ ରୋଲସ୍‌ ରୟେସ୍‌ ଫାଣ୍ଟମ୍‌ କାର ଲାଗି ଏକ ଚାବି ପ୍ରସ୍ତୁତ କରିଛନ୍ତି, ଯାହାର ମୂଲ୍ୟ ରହିଛି ୩.୮୮ କୋଟି। ଏହି ଚାବିର ମୂଲ୍ୟ ଏତେ ଅଧିକ ଯେ ଏହି ମୂଲ୍ୟରେ ଆଉ ଏକ ଲକ୍‌ଜ୍ୟୁରି କାର ମଧ୍ୟ କିଣାଯାଇପାରିବ।

Share