Categories: ଖେଳ

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ ଆଇସିସି ଟାଇଟଲ। ଚାମ୍ପିୟନ ଦଳକୁ ସ୍ବାଗତ କରିବା ପାଇଁ ବାଂଲାଦେଶ ସରକାର ଏକ ଗଣ ଉତ୍ସବର ଆୟୋଜନ କରୁଛି। ସୁହରାଓ୍ବର୍ଡି ଉଦ୍ୟାନ ନିକଟସ୍ଥ ରାସ୍ତା, ଟ୍ରାନ୍ସପୋର୍ଟ ଓ ବ୍ରିଜରେ ଏହି ଉତ୍ସବ ପାଳନ ହେବ ବୋଲି ମନ୍ତ୍ରୀ ଓବାଇଦୁଲ କ୍ୱାଆଦେର କହିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଇଭେଣ୍ଟରେ ଏହା ବାଂଲାଦେଶ ଦଳ ପାଇଁ ସର୍ବାଧିକ ସଫଳତା। ରବିବର ଅନୁଷ୍ଠିତ ଲୋ ସ୍କୋରିଂ ଫାଇନାଲରେ ବାଂଲାଦେଶ ପ୍ରଥମେ ଟିମ୍‌ ଇଣ୍ଡିଆକୁ ୧୭୭ ରନ୍‌ରେ ଅଲଆଉଟ୍‌ କରିଥିଲା। ପରେ ଡିଏଲଏସ୍‌ ନିୟମରେ ଧାର୍ଯ୍ୟ ୧୭୦ ରନ୍‌ର ବିଜୟଲକ୍ଷ୍ୟକୁ ଦଳ ୪୨.୧ ଓଭରରେ ହାସଲ କରିନେଇଥିଲା।

Share