Categories: ଖେଳ

ଚାମ୍ପିୟନଶିପ୍‌ ସିରିଜ ଟେନିସ: ଆହାନ ଚାମ୍ପିୟନ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-
ହରିୟାଣାର ଗୁରଗାଓଁଠାରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ ସିରିଜ ଟେନିସର ୧୨ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସରେ ଓଡ଼ିଶାର ଆହାନ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ହରିୟାଣାର ଧ୍ରୁବି ବାରାକଙ୍କୁ ୬-୦, ୪-୬, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ସହଜରେ ଜିତିଥିଲେ ହେଁ ଆହାନ ଦ୍ୱିତୀୟ ସେଟ୍‌ରେ ଲଢ଼େଇ କରି ହାରିଥିଲେ। ତେବେ ତୃତୀୟ ସେଟ୍‌ରେ ସଫଳ ପ୍ରତ୍ୟାବର୍ତ୍ତନ କରି ସେ ବିଜୟ ମୁକୁଟ ପିନ୍ଧିଥିଲେ। ଆହାନ ଏସ ବେସ୍‌ ଟେନିସ ଏକାଡେମୀରେ ପ୍ରତିଷ୍ଠିତ କୋଚ୍‌ ଅଜୟ ନିଶଙ୍କଙ୍କ ନିକଟରୁ ପ୍ରଶିକ୍ଷଣପ୍ରାପ୍ତ। ସମ୍ପ୍ରତି ୯ ବର୍ଷରେ ପଦାର୍ପଣ କରିଥିବା ଏହି ଟେନିସ ପ୍ରତିଭା ୩ ବର୍ଷ ୬ ମାସର ହୋଇଥିବାବେଳେ ଅଜୟଙ୍କ ନିକଟରୁ କୋଚିଂ ନେଇ ଆସୁଛନ୍ତି। ଆହାନଙ୍କ ପାଇଁ ଏହା ହେଉଛି ପ୍ରଥମ ଏଆଇଟିଏ ଟାଇଟଲ।

Share