‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଫିଟନେସ୍‌ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି କରିଥିବା ଉଦ୍ୟମ ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶିଳ୍ପାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇ ଶିଳ୍ପା ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶକୁ ସ୍ବଚ୍ଛ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଏଥିପାଇଁ ପ୍ରଥମେ ସ୍ବଚ୍ଛତା ମନରୁ ଆରମ୍ଭ କରିବା ଦରକାର ବୋଲି ଶିଳ୍ପା ମତ ପ୍ରକାଶ କରିଛନ୍ତି।

Share