ଚାରାରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୫।୬(ଡି.ଏନ.ଏ.)-ବିଶ୍ୱ ପରିବେଶ ଦିବସରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ମେଡ଼ିକାଲ ପରିସରରେ ଶୁକ୍ରବାର ଚାରାରୋପଣ କରିଛନ୍ତି। ପ୍ରକୃତିକୁ ଭଲ ପାଉଥିବା ଓ ପରିବେଶ ପ୍ରଦୂଷଣ ରୋକିବା ସହ ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟ ରଖି ଏହି ଚାରାରୋପଣ କରାଯାଇଛି। ଏଥିସହିତ ମେଡ଼ିକାଲରେ କେନ୍ଦ୍ରମନ୍ତ୍ରୀ ରୋଗୀମାନଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ନୀଳଗିରି ଏସ୍‌ଡ଼ିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲ, ଡା. ରାମକୃଷ୍ଣ ସାହୁ, ଚନ୍ଦ୍ରବିନ୍ଦୁ ଦାସ, ମନୋରଞ୍ଜନ ବେହେରା, ରାଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।