Categories: ଯାଜପୁର

ଚାରାରୋପଣ ପାଇଁ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ

କୋରେଇ,୬ା୭(ସ୍ବ.ପ୍ର.): ସାମୁଦ୍ରିକ ବାତ୍ୟା ‘ଫନୀ’ରେ ସରକାରୀ ଅନୁଷ୍ଠାନଠାରୁ ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ବହୁ ଗଛ ଭାଙ୍ଗିଯାଇଛି। ଏହାକୁ ଦୃଷ୍ଟିେରେ ରଖି ୫୦୦ ଗଛ ଲଗାଇବା ପାଇଁ ବରିଷ୍ଠ ନାଗରିକ ମଞ୍ଚ ସ୍ଥିର କରିଛି। ଏ ନେଇ ୫୦୦ ଚାରା ଓ ତାର ଜାଲି ଯୋଗାଇଦେବାକୁ ନାଗରିକ ମଞ୍ଚ ପକ୍ଷରୁ ଶନିବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ଦାବି କରାଯାଇଛି। ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତା ନୃସିଂହ ଚରଣ ଦଳାଇ, ସୁରେନ୍ଦ୍ର କୁମାର ରାୟ, ଉମାକାନ୍ତ ଖଣ୍ଡାଇ, ରାମଚନ୍ଦ୍ର ବେହେରା, ଗୋକୁଳାନନ୍ଦ ମହାରଣା, ରାମଚନ୍ଦ୍ର ମଳିକ, ବାବାଜି ଚରଣ ରାଉତ, ମଦୁସୂଦନ ରାଉତ, ନାରାୟଣ ଚନ୍ଦ୍ର ସାହୁ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବି କରିଛନ୍ତି।