Categories: ଖେଳ

ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବନି: ବିସିସିଆଇ

ନୂଆଦିଲ୍ଲୀ, ୨।୯- ଘରୋଇ ହିଂସା ମାମଲାରେ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ନାମରେ ଗିରଫ ପର୍‌ଓ୍ବାନା ଜାରି ହୋଇଛି। ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଚାର୍ଜଶିଟ୍‌ ନ ଦେଖିଲା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଶାମିଙ୍କ ବିରୋଧରେ ନିଆଯିବ ନାହିଁ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ‘ଗିରଫ ପରଓ୍ବାନା ଜାରି ହୋଇଥିବା ଆମେ ଜାଣିଛୁ। ଚାର୍ଜଶିଟ୍‌ ପାଇବା ପରେ ବିସିସିଆଇ ସମ୍ବିଧାନ ଅନୁଯାୟୀ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ନିଷ୍ପତ୍ତି ନେବୁ’ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି।

Share