Categories: ଜାତୀୟ

ଚାର୍ଜଶିଟ୍‌ ଦାଖଲ ହୋଇ ନ ଥିଲେ ଜାମିନ ଆବେଦନର ବିଚାର କରିପାରିବେ କୋର୍ଟ

ନୂଆଦିଲ୍ଲୀ, ୧୩ା୫(ଆଇଏଏନ୍‌ଏସ୍‌): କୌଣସି ଆପରାଧିକ ମାମଲାରେ ୬୦ କିମ୍ବା ୯୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ ହୋଇ ପାରିଲେ ତଳକୋର୍ଟ ଏବଂ ହାଇକୋର୍ଟ ଜାମିନ ଆବେଦନର ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏହି ମାମଲାରେ ଅଦାଲତଗୁଡ଼ିକ ରିତୁ ଛାବରିଆ ରାୟ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତଦନ୍ତକାରୀ ସଂସ୍ଥା ଅସମ୍ପୂର୍ଣ୍ଣ ଚାର୍ଜଶିଟ୍‌ ଦାଖଲ କରିଥିଲେ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ଏହାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

Share