Categories: ଜାତୀୟ

ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଜେଇ

ମିରଟ,୨୦।୯: ଉତ୍ତର ପ୍ରଦେଶର ମିରଟରେ ଜଣେ ଜେଇ ଥାନାର ବିଜୁଳି କାଟିଦେବା ଖବର ଏବେ ଆସିଛି ଚର୍ଚ୍ଚାକୁ। ଜେଇ ସୋମପ୍ରକାଶ ଗର୍ଗ ବିନା ହେଲମେଟ୍‌ରେ ଗାଡ଼ି ଚାଳାଇ ଯାଉଥିଲେ। ଏହି ସମୟରେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇ ହେଲମେଟ୍‌ ନ ପିନ୍ଧିଥିବା ଓ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନ ଥିବା କରଣରୁ ଏକ ଚାଲାଣ କାଟିଦେଇଥିଲେ। ହେଲେ ଏଥିରେ ରାଗିଯାଇ ଜେଇ ସୋମପ୍ରକାଶ ତୁରନ୍ତ ନିଜ କାର୍ଯ୍ୟାଳୟକୁ ଫେରି ଲାଇନ୍‌ ମ୍ୟାନଙ୍କୁ ଡାକିବା ସହ ଥାନାର ବିଜୁଳି କାଟି ଦେଇଥିଲେ। ସେ ଅଭିଯୋଗ କରିଥିଲେ କି ଥାନାର ଲକ୍ଷ ଲକ୍ଷ ଟଙ୍କା ବିଲ୍‌ ବକେୟା ରହିଛି ଓ ସେମାନେ ନିୟମ ଅନୁଯାୟୀ ବିଲ୍‌ ପଇଠ କରି ନାହାଁନ୍ତି। ତେବେ ଜେଇ ଜଣଙ୍କ ଯେଉଁଭଳି ଭାବରେ ରାଗି ଯାଇ ଲାଇନ୍‌ ମ୍ୟାନଙ୍କୁ ଡାକିଥିଲେ ତା’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share